ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ତିନି ପୂରୁଣା ମୁହଁ

0

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଓଡ଼ିଶାର ୩ ସାଂସଦଙ୍କୁ ଗୁରୁତ୍ବ ଦିଆଯାଇଛି। ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଜୁଏଲ ଓରାମ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ମୋଦୀଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ରାଜନାଥ ସିଂହ, ଅମିତ ଶାହ, ନିତିନ ଗଡ଼କରୀ, ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଡ. ସୁବ୍ରମଣ୍ୟମ୍‌ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ବାମୀ, ପୀୟୂଷ ଗୋୟଲ, ଜୀତନ ରାମ ମାଂଝୀ, ରାଜୀବ ରଂଜନ ସିଂହ (ଲଲନ ସିଂହ), ସର୍ବାନନ୍ଦ ସୋନୱାଲ, ଧୀରେନ୍ଦ୍ର କୁମାର, କେ ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଗିରିରାଜ ସିଂହ, ଜ୍ୟୋତିରାଦିତ୍ୟ ମାଧବରାଓ, ଭୁପେନ୍ଦ୍ର ଯାଦବ ସିନ୍ଧିଆ, ଗଜେନ୍ଦ୍ର ସିଂହ ଶେଖାୱତ୍‌, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭୀୟ, ଗଙ୍ଗାପୁରମ କିଶନ ରେଡ୍ଡୀ, ଚିରାଗ ପାସୱାନ, ସି ଆର ପାଟିଲ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।

ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ବତନ୍ତ୍ର ଦାୟିତ୍ବ) ଭାବେ ଇନ୍ଦ୍ରଜିତ ସିଂହ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଜ୍ୟମନ୍ତ୍ରୀ ଭାବେ ଜିତେନ୍ଦ୍ର ସିଂହ, ଅର୍ଜୁନ ରାମ ମେଘୱାଲ, ପ୍ରତାପ ରାଓ ଗଣପତ ରାଓ ଯାଦବ, ଜୟନ୍ତ ଚୌଧୁରୀ, ଜିତେନ୍ଦ୍ର ପ୍ରସାଦ, ଶ୍ରୀପଦ ନାଏକ, ପଙ୍କଜ ଚୌଧୁରୀ, ରାମନାଥ ଠାକୁର, ନିତ୍ୟନନ୍ଦ ରାୟ, ଶ୍ରିମତୀ ଅନୁପ୍ରିୟା ପଟେଲ, ଶ୍ରୀ ଭି ସୋମନ୍ନା, ଡ. ଚନ୍ଦ୍ରଶେଖର, ପ୍ରଫେସର ଏସ୍ ପି ସିଂ ବାଘେଲ, ଶୋଭାକରନ୍ ରାଜ, ଶ୍ରୀ କିର୍ତ୍ତିବର୍ଦ୍ଧନ ସିଂ, ଶ୍ରୀ ବି.ଏଲ ବର୍ମା, ଶ୍ରୀ ଶାନ୍ତୁନ ଠାକୁର, ଶ୍ରୀ ସୁରେଶ ଗୋପୀ, ଡ. ଏଲ ମୁରୁଗନ, ଶ୍ରୀ ଅଜୟ ଟାମଟା, ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୋଟ ୭୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ୩୦ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.