ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ପୋଲିସ କର୍ମଚାରୀ ମୃତ

0

କଟକ: ପହିଲି ରଜରେ ଅଘଟଣ। କଟକ ସଦରଥାନା କାଜି ପାଟଣାରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର ପ୍ରଦୀପ ମଲ୍ଲିକ।

ମିଳିଥିବା ସୂଚନାନୁଯାୟୀ, ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରୁ ବାଣ ଜବତ କରାଯାଇଥିଲା। ହେଲେ ନିର୍ବାଚନ ଥିବାରୁ ସେଗୁଡିକୁ ନଷ୍ଟ କରାଯାଇ ପାରିନଥିଲା। କଟକ ସଦର ଥାନାରେ ବିଭିନ୍ନ ସମୟରେ ଜବତ ହୋଇଥିବା ବାଣକୁ ଶନିବାର କଟକ ରିଜର୍ଭ ପୋଲିସର ଏକ ତିନି ଜଣିଆ ଟିମ୍‌ ନିଷ୍କ୍ରିୟ କରିବା ପାଇଁ ଆସିଥିଲେ। ସେମାନେ ବାଣଗୁଡିକ କାଠଯୋଡ଼ି ନଦୀକୂଳକୁ ଆଣି ଦୁଇଟି ଅଲଗା ଅଲଗା ସ୍ଥାନରେ ଖାଲ କରି ନିଆଁ ଲଗାଉଥିବା ବେଳେ ବାଣଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଫଳରେ ଉପସ୍ଥିତ ଥିବା ହାବିଲଦାର ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣର ପ୍ରଭାବରେ ମଲ୍ଲିକଙ୍କ ଶରୀରର ଖଣ୍ଡବିଖଣ୍ଡିତ ମାଂସଗୁଡିକ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ମଲ୍ଲିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇଥିଲେ। ପରେ ଘଟଣାସ୍ଥଳରେ ଅତିରିକ୍ତ ଡିଏସ୍‌ପି ଅନିଲ ମିଶ୍ର, ପ୍ରକାଶ ପାଲ, ଦେବଦତ୍ତ କର, ଏସିପି କୃଷ୍ଣଚନ୍ଦ୍ର ସେଠୀ, ଅରୁଣ କୁମାର ସ୍ବାଇଁ,ଉମାକାନ୍ତ ପ୍ରଧାନ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।

Leave A Reply

Your email address will not be published.