ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅବକାରୀ ନୀତି ମାମଲାରେ କେଜ୍ରିୱାଲ ତାଙ୍କ ଗିରଫଦାରୀ ଏବଂ ସିବିଆଇ ରିମାଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ତାଙ୍କ ଆବେଦନରେ ସିବିଆଇ ଗିରଫକୁ ବେଆଇନ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କୋର୍ଟର ଜୁନ ୨୬ର ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ଯେଉଁଥିରେ ତାଙ୍କୁ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଯାଇଥିଲା। ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ନୀତିରେ ଅନିୟମିତତା ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। କେଜ୍ରିୱାଲଙ୍କ ସିବିଆଇ ରିମାଣ୍ଡ ଶେଷ ହେବା ପରେ ଜୁନ୍ ୨୯ରେ ତାଙ୍କୁ ପୁଣି ହାଜର କରାଯାଇଥିଲା। ଏହାପୂର୍ବରୁ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗିରଫ କରିଥିଲା। ସେବେଠାରୁ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି।

Leave A Reply

Your email address will not be published.