ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ହାଇକୋର୍ଟ ଗଲେ ଏଲିନା

0

ଧର୍ମଶାଳା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ। ଧର୍ମଶାଳାର ‘ବଲେ ବଲେ ଢାବା’ ତାଙ୍କ ନାଁରେ ନ ଥିବା ସେ କହିଛନ୍ତି। ମିଡିଆ ଓ ସୋସିଆଲ ମିଡିଆ ଖବର ଉପରେ ରୋକ ପାଇଁ ଏଲିନା ଆବେଦନ କରିବା ସହ ଢାବା ସହ ମୋର କି ଆମ ପରିବାରର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏଲିନା ଦାସଙ୍କ ସ୍ବାମୀ ସନ୍ଦୀପନ ମହାନ୍ତି ‘ବଲେ ବଲେ ଢାବା’ର ଲିଜ୍‌ ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ଏଲିନା ଆଜି ହାଇକୋର୍ଟ ଯାଇଛନ୍ତି। ଏଲିନାଙ୍କ ଓକିଲ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ। ଏଥିରେ ବିଜେଡି ନେତ୍ରୀ ଏଲିନା ଦାସଙ୍କ ନାଁ ଯୋଡାଯାଇ ତାଙ୍କର ଚରିତ୍ର ସଂହାର କରାଯାଉଛି। ତାକୁ ବନ୍ଦ କରାଯିବା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ କରାଯାଇଥିବା ଏଲିନାଙ୍କ ଓକିଲ କହିଛନ୍ତି।

ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ ହୋଇଛି। ଏହାସହ ହୋଟେଲରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ ହେବା ନେଇ ନୋଟିସ ଜାରି କରାଯାଇଥିଲା।

Leave A Reply

Your email address will not be published.