ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆଜି ସନ୍ଧ୍ୟା ୫ ଟାରେ ଶପଥ ନେବେ ହେମନ୍ତ ସୋରେନ

0

ଝାଡଖଣ୍ଡ: ରାଜନୀତି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ସନ୍ଧ୍ୟା ୫ ଟାରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ସାରା ରାଜ୍ୟ ଏବେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେମନ୍ତଙ୍କ ସହ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ତେବେ କୁହାଯାଉଛି ଯେ, ହେମନ୍ତଙ୍କ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହୋଇପାରନ୍ତି।

ଗତକାଲି ଚମ୍ପାଇ ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ସିପି ରାଧାକ୍ରିଷ୍ଣଙ୍କୁ ନିଜର ଇସ୍ତଫା ପତ୍ର ଦେଇଥିଲେ। ଚମ୍ପାଇଙ୍କ ଇସ୍ତଫା ପରେ ଏବେ ପୁଣି ଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ହେମନ୍ତଙ୍କ ବାସଭବନରେ ବସିଥିବା ଜେଏମଏମ ବିଧାୟକ ଦଳ ବୈଠକରେ ତାଙ୍କୁ ପୁନର୍ବାର ବିଧାୟକ ଦଳ ନେତା ବଛାଯାଇଥିଲା।
ରାଜ୍ୟପାଳ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି। ଏହାସହ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଛନ୍ତି।

ସେ ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଗତକାଲି ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ନେତାମାନେ ସର୍ବସମ୍ମତି କ୍ରମେ ତାଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଛନ୍ତି।

ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ଏହାରି ମଧ୍ୟରେ ଲଗାତାର ଚର୍ଚ୍ଚା ଚାଲିଥିଲା କି, ଯଦି ବି ହେମନ୍ତ ସୋରେନ ଜାମିନରେ ଜେଲରୁ ମୁକୁଳନ୍ତି ତାହେଲେ ମଧ୍ୟ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବନି।

Leave A Reply

Your email address will not be published.