ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ବିଟ୍ରେନରେ ସରିଲା ସୁନକ ରାଜ: ବିଜୟ ଧ୍ୱଜା ଉଡାଇଲା ଲେବର ପାର୍ଟି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଋଷି ସୁନକ। କନଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି। ଏହାସହ ଲେବର ପାର୍ଟିର ନେତା କେୟର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ। ପରାଜୟ ପାଇଁ ନିଜକୁ ଦାୟୀ କଲେ ଋଷି ସୁନକ। ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା। ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ୍ ଗଣତି ହୋଇଥିଲା। ଫଳାଫଳ ଅନୁସାରେ, କେର୍ ଷ୍ଟାରମରଙ୍କ ଲେବର ପାର୍ଟିକୁ ବହୁମତ ମିଳିଛି। ଫଳରେ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷ ଶାସନର ଅନ୍ତ ଘଟିଛି। ସେପଟେ ଦେଢ଼ ଦଶନ୍ଧି ପରେ ସତ୍ତାକୁ ଫେରିଛି ଲେବର୍ ପାର୍ଟି।

ଭାବି ପ୍ରଧାନମନ୍ତ୍ରୀ କେର୍ ଷ୍ଟାରମେରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ। ବ୍ରିଟେନରେ ୬୫୦ ସଂସଦୀୟ ନିର୍ବାଚନମଣ୍ଡଳୀ ଥିବାବେଳେ ସରକାର ଗଢିବା ପାଇଁ ମ୍ୟାଜିକ୍ ନଂ ହେଉଛି ୩୨୬। ଏଥିରୁ ଲେବର୍ ପାର୍ଟି ୩୭୮ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି। ସେପଟେ ସୁନକଙ୍କୁ ୯୨ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ୯୦ଟି ଆସନ ପାଇଛନ୍ତି।

ADVERTISEMENT

Leave A Reply

Your email address will not be published.