ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ବଡଦାଣ୍ଡରେ ରାଷ୍ଟ୍ରପତିଙ୍କ ସହ ନବୀନ ପଟ୍ଟନାୟକ

0

ପୁରୀ: ରଥଟଣା ଦେଖିବାକୁ ଜଗନ୍ନାଥ ଧାମରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମହାବାହୁଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ

ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ ସୁରକ୍ଷା ଭିତରେ ଯାଇ ରାଜଭବନରେ ପହଞ୍ଚିଥିଲେ ରାଷ୍ଟ୍ରପତି। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ପୁରୀରେ ପହଞ୍ଚିଛନ୍ତି।
ନବୀନ ପ୍ରଥମେ ମଞ୍ଚ ତଳେ ଥାଇ ସମସ୍ତଙ୍କୁ ହାତଯୋଡ଼ି ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ମଞ୍ଚରେ ଥିବା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଧାଇଁ ଆସିଥିଲେ ତଳକୁ ପାଛୋଟି ନେବା ପାଇଁ। ଧର୍ମେନ୍ଦ୍ର ତଳକୁ ଆସିବା ପରେ ନବୀନଙ୍କ ସହ କିଛି କଥା ହୋଇଥିଲେ। ଏହା ପରେ ତାଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ। ମଞ୍ଚରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଠିଆ ହୋଇ ନବୀନଙ୍କୁ ବସିବା ପାଇଁ ଇଙ୍ଗିତ କରିଥିଲେ।

Leave A Reply

Your email address will not be published.