ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାପାର ବୋମା ମାଡ଼ରେ ପୁଅର ମୃତ୍ୟୁ

0

ଖୋର୍ଦ୍ଧା: ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ। ଖୋର୍ଦ୍ଧା ଜିଲା ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟସିଂହ ରାଉତରାୟ। ଜମି ଭାଗବଣ୍ଟାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜୁଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବାପା, ସାନ ପୁଅ ଓ ବଡ ପୁଅ ମଧ୍ୟରେ ବହୁ ବର୍ଷ ଧରି ଜମି ବିବାଦ ଲାଗିରହିଥିଲା। କିନ୍ତୁ ଏହି ବିବାଦ ଆଜି ଭୟଙ୍କର ରୁପ ନେଇଥିଲା। ବାପା ସାନପୁଅ ବଡପୁଅଙ୍କ ମଧ୍ୟରେ ବହୁଦିନରୁ ବିବାଦ ଲାଗିରହିବା ବେଳେ ସେମାନେ ପରସ୍ପର ଅଲଗା ରହୁଥିଲେ। କିନ୍ତୁ ଆଜି ଏହି ଘଟଣା ଉଗ୍ର ରୁପ ନେଇଛି।ସମ୍ପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘ ଦିନରୁ ବିବାଦ ରହିଥିଲା। ଏଥିରେ ବାପା ଉତ୍‌କ୍ଷିପ୍ତ ହୋଇ ବଡ଼ ପୁଅ ଘରକୁ ବୋମା ମାଡ଼ କରିଥିଲେ। ହେଲେ ବୋମାଟି ସାନ ପୁଅର ମୁଣ୍ଡରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି କି ପୋଲିସ ଅଭିଯୁକ୍ତ ବାପା ଏବଂ ତାଙ୍କର ବଡ଼ପୁଅକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave A Reply

Your email address will not be published.