ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଶିକ୍ଷା ମାଧ୍ୟମରେ ସଶକ୍ତ ହେବେ ଜନଜାତି ଛାତ୍ରଛାତ୍ରୀ ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ବର: ଜନଜାତି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ଇଂରାଜୀ ଶିକ୍ଷା। ଶିକ୍ଷା ମାଧ୍ୟମରେ ସଶକ୍ତ ହେବେ ଜନଜାତି ଛାତ୍ରଛାତ୍ରୀ। ଏଥି ପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ଥିବା ବେଳେ ୪୫୦ଟି ଆବାସିକ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ ଆହୁରି ମଧ୍ୟ କହିଛନ୍ତି, ଆବାସିକ ବିଦ୍ୟାଳୟର ହଷ୍ଟେଲ ଯୁଦ୍ଧକାଳୀନ ଭିତ୍ତିରେ ସରିବ। ଏହା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ବିକଶିତ କରାଯିବ।

ଏସି /ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଆଦିବାସୀ ବିକାଶ ନେଇ ସମୀକ୍ଷା କରିଥିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ୧୦୦ ହଷ୍ଟେଲ ବିଲଡିଂ ଯାହା ଅଚଳ ଥିଲା, ତାହା କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ୯୯ ପରିଚିତ ଲାବକୁ ପରିଚିତ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏଥି ସହ ଅନ୍ତେବାସୀଙ୍କୁ ମଶାରୀ, ଡ୍ରେସ ଓ ଖଟ ଦିଆଯିବ। ପରିଚିତି ଯୋଜନା ମାଧ୍ୟମରେ ୯୯ଟି ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀ ନିଜସ୍ୱ କଳା, ସଂସ୍କୃତି, ଭାଷା ସହ ଯୋଡ଼ି ହୋଇ ରହିବେ। ଜନଜାତି ଛାତ୍ରଛାତ୍ରୀମାନଙ୍କ ଆନୁଷ୍ଠାନିକ ଓ ବୌଦ୍ଧିକ ବିକାଶ ସମେତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁଠାରେ ଆବାସିକ ବିଦ୍ୟାଳୟ ଗୁଡ଼ିକ ଅଛି, ସେଠାରେ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଯୁବକଙ୍କୁ ନିଯୁକ୍ତି ଦେବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଶିକ୍ଷକ, ପାଚିକା ତଥା ସହାୟିକା, ଏଏନଏମ୍‌, ମାଟ୍ରନ ନିଯୁକ୍ତି ଉପରେ ମଧ୍ୟ ଧ୍ୟାନ ଦେବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଏକ ନିରାପଦ ପରିବେଶରେ ଆବାସିକ ବିଦ୍ୟାଳୟରେ ରହି ନିଜ ଭବିଷ୍ୟତ ଗଠନ କରିପାରିବେ।

Leave A Reply

Your email address will not be published.