ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

୭ ରାଜ୍ୟର ଉପ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା

0
  • ୭ ରାଜ୍ୟର ୧୩ ବିଧାନସଭା ଆସନରେ ବିଜେପିକୁ ମିଳିଲା ମାତ୍ର ୨
    ୧୦ ଆସନରେ ଇଣ୍ଡି ମେଣ୍ଟ ବାଜି ମାରିଲା
  • ୧ ଆସନରେ ସ୍ଵାଧୀନ ପ୍ରାର୍ଥୀ

ନୂଆଦିଲ୍ଲୀ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଜାରି ଶେଷ ହୋଇଛି। ୧୩ ଆସନ ମଧ୍ୟରୁ ୧୦ ଆସନରେ ଇଣ୍ଡି ମେଣ୍ଟ ବାଜି ମାରିଥିବାବେଳେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେପି ମାତ୍ର ୨ଟି ଆସନରେ ବିଜୟୀ ହୋଇଛି। ବିହାରରେ ଗୋଟିଏ ଆସନରେ ସ୍ଵାଧୀନ ପ୍ରାର୍ଥୀ ଉପନିର୍ବାଚନ ଜିତିଛନ୍ତି।

ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶର ୧୩ ଆସନରେ ଏହି ଉପନିର୍ବାଚନ ହୋଇଥିଲା। ୧୩ଟି ସିଟ ମଧ୍ୟରୁ କଂଗ୍ରେସ ୨ଟି ଜିତିଥିବାବେଳେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଗୋଟିଏରେ ଜିତିଛି। ଏଥି ସହ ଭାଜପା ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି। ଅବଶିଷ୍ଟ ୯ ଟି ସିଟ ମଧ୍ୟରୁ ଇଣ୍ଡିଆ ମିଳିତ ମଞ୍ଚ ୭ ଟି ସିଟରେ ଆଗୁଆ ରହିଛ। ୨ ଟି ଆସନରେ ଏନଡିଏ ଅଗ୍ରଣୀ ରହିଛି।

ପଞ୍ଜାବ ଜଳନ୍ଧର ୱେଷ୍ଟ ଆସନରୁ ଆପ ନେତା ମହୀନ୍ଦର ଭଗତ ବିଜୟ ଲାଭ କରିଥିବା ବେଳେ ପଶ୍ଚିମବଙ୍ଗର ସମସ୍ତ ୪ଟି ଯାକ ଆସନରେ ଟିଏମସି ବାଜିମାତ କରିଛି। ବାଗଦାରୁ ମଧୁପୂର୍ଣ୍ଣା ଠାକୁର, ରାଣାଘାଟରୁ ମୁକୁତମଣି ଅଧିକାରୀ, ରାଇଗଞ୍ଜରୁ କ୍ରିଷ୍ଣା କଲ୍ଯାଣୀ ବିଜୟୀ ହୋଇଛନ୍ତି। ମାଣିକତାଲା ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିହାରର ରୁପାଉଲି ଆସନରେ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂ ଜେଡିୟୁ ପ୍ରାର୍ଥୀ କଳାଧର ପ୍ରସାଦ ମଣ୍ଡଳଙ୍କୁ ପରାସ୍ତ କରିଥିବା ବେଳେ ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ଅନିଉର ଶିବା ବିଜୟୀ ହୋଇଛନ୍ତି।

ସେହିଭଳି ହିମାଚଳ ପ୍ରଦେଶର ଡେରା ଆସନରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଳେଶ ଠାକୁର ବିଜୟୀ ହୋଇଥିବା ବେଳେ ନାଳଗଡ଼ରେ କଂଗ୍ରେସର ହରଦୀପ ସିଂ ବାୱା ବିଜୟୀ ହୋଇଛନ୍ତି। ହମିରପୁରରେ ବିଜେପିର ଆଶିଷ ଶର୍ମା କଂଗ୍ରେସର ପୁଷ୍ପିନ୍ଦର ବର୍ମାଙ୍କୁ ପରାସ୍ତ କରିଛନ୍ତି। ଉତ୍ତରାଖଣ୍ଡର ମଙ୍ଗଳୁରରୁ କଂଗ୍ରେସର କାଜି ନିଜାମୁଦ୍ଦିନ, ବଦ୍ରିନାଥରେ କଂଗ୍ରେସ ପ୍ରାର୍ଥୀ ଲଖପତ ସିଂ ବୁତାଲା ଓ ମଧ୍ୟପ୍ରଦେଶର ଅମରୱାରା ଆସନରେ ବିଜେପି ପ୍ରାର୍ଥୀ କମଳେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଧୀରନ ଶାହ ଇନଭତିଙ୍କୁ ପରାସ୍ତ କରିଛନ୍ତି।

Leave A Reply

Your email address will not be published.