ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭବାନୀ ଶଙ୍କର ଭୋଇ ହେଲେ ଉପବାଚସ୍ପତି

0

ଭୁବନେଶ୍ୱର: ନିର୍ବାଚିତ ହେଲେ ଉପବାଚସ୍ପତି । ଭବାନୀ ଶଙ୍କର ଭୋଇଙ୍କ ନାଁରେ ବାଜିଲା ମୋହର ।ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ଭାବେ ନିର୍ଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି । ତଳସରାରୁ ଦୁଇ ଥରର ବିଧାୟକ ହେଉଛନ୍ତି ଭବାନୀ ଭୋଇ । ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭାର ସଦସ୍ୟ ହେଉଛନ୍ତି ଭବାନୀ ଶଙ୍କର ଭୋଇ । ଭବାନୀ ଶଙ୍କର ଭୋଇ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଜଣାଶୁଣା ଆଦିବାସୀ ଚେହେରା । ୨୦୧୯ ରେ ଭବାନୀ ଶଙ୍କର ଭୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଷ୍ଟିଫେନ ସୋରଙ୍ଗଙ୍କୁ ୧୬ ହଜାର ଭୋଟରେ ହରାଇଥିଲେ । ସେହିପରି ୨୦୨୪ରେ ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀଙ୍କ ଠାରୁ ୧୭ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.