ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

କାଠମାଣ୍ଡୁ ବିମାନରେ ଅଗ୍ନିକାଣ୍ଡ

0

କାଠମାଣ୍ଡୁ: କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନରେ ଘଟିଛି ବଡ ଧରଣର ଅଗ୍ନିକାଣ୍ଡ । ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଉଡ଼ାଣ ଭରିବା ସମୟରେ ସୌରିଆ ଏୟାରଲାଇନ୍ସର ଏକ ବିମାନ ୯ଏନ୍-ଏଏମଇ (ସିଆରଜେ ୨୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାପରେ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଖରା ଅଭିମୁଖେ ଯାଉଥିବା ବିମାନରେ ୧୯ ଜଣ ଯାତ୍ରୀ ଥିଲେ।

ବିମାନର ପାଇଲଟ ୩୭ ବର୍ଷୀୟ ମନୀଷ ଶାକ୍ୟଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିନାମଙ୍ଗଳସ୍ଥିତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଟିଆଇଏର ସୂଚନା ଅଧିକାରୀ କହିଛନ୍ତି ଯେ ବିମାନଟି ଏୟାରଲାଇନ୍ସର ବୈଷୟିକ କର୍ମଚାରୀଙ୍କୁ ନେଇ ଯାଉଥିଲା। ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି।

Leave A Reply

Your email address will not be published.