ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜଧାନୀରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

0

    ଭୁବନେଶ୍ବର: ରାଜଧାନୀରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଗତକାଲି ମଧ୍ୟରାତ୍ରିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ରାତି ପ୍ରାୟ ୧ଟା ୩୫ ମିନିଟରେ ଏହି ଅଘଟଣ ଘଟିଥିବା ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳଧାରଣାରୁ ୮ ବଗି ଖସିପଡ଼ିଛି। ଫଳରେ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପୂର୍ବତନ ରେଳପଥ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ଟ୍ରାକ ମରାମତି କାର୍ଯ୍ୟ ଚାଲିଛି। ବର୍ତ୍ତମାନ ଉଭୟ ଡାଉନ୍ ଓ ଅପ୍‌ ଲାଇନ୍‌ରେ ପୁଣି ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ୨ଟି ଟ୍ରେନ୍‌ ବାତିଲ ଓ ୬ଟି ଟ୍ରେନ୍‌ର ଯାତାୟତ ସମୟରେ ପରିବର୍ତ୍ତନ କରିବାକୁ ପଡିଛି। ଆଜି ପାଇଁ ପଲାସା-କଟକ ଓ ପୁରୀ-କଟକ ପାସେଞ୍ଜର ଟ୍ରେନ ବାତିଲ ହୋଇଛି।

    ବର୍ତ୍ତମାନ ଉଭୟ ଡାଉନ୍‌ ଓ ଅପ୍‌ ଲାଇନ୍‌ରେ ପୁଣି ଚଳାଚଳ ଆରମ୍ଭ ହୋଇଛି। ତେବେ ଏହି ଘଟଣାରେ ୨ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୬ଟି ଟ୍ରେନ୍‌ର ଯାତାୟାତ ସମୟ ବଦଳିଛି। ଏହି ଘଟଣା ପର ଠାରୁ ସବୁ ଟ୍ରେନ୍‌ ଭୁବନେଶ୍ବରରୁ କଟକ ଅଭିମୁଖେ ଓ କଟକରୁ ଭୁବନେଶ୍ବର ଅଭିମୁଖେ ଟ୍ରେନ୍‌ ଚଳାଚଳ ଠପ ହୋଇଯାଇଛି। ଆଜି ପାଇଁ ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ କରାଯାଇଛି।

    ଲଗାତାର କିଛି ଦିନ ହେଲା ଟ୍ରେନ୍‌ଗୁଡ଼ିକ ଲାଇନଚ୍ୟୁତ ହେଉଥିବା ନେଇ ଏକ ବଡ଼ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରାତିରୁ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଶେଷ ହେଲା ପରେ ଟ୍ରେନ୍‌ ଚାଳଚଳ ସ୍ବାଭାବିକ ହୋଇ ପାରିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

    Leave A Reply

    Your email address will not be published.