ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୋଲିସ କର୍ମୀଙ୍କ ଗୁଳିରେ ଦୁଇ ଭାଇ ମୃତ

0

ସୁବର୍ଣ୍ଣପୁର: ପୋଲିସ କର୍ମୀଙ୍କ ଗୁଳିରେ ଦୁଇ ମୃତ। ଏଭଳି କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲମାଲ ଗ୍ରାମରେ ଆଜି ସନ୍ଧ୍ୟାରେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲରୁ ଏହି ଗୁଳି ଫୁଟିଥିବା ଜଣାପଡିଛି। ମୃତ ଯୁବକ ଦ୍ୱୟ ହେଲେ ଚୁଲିମାଲ ଗାଁର ଓ ସହଦେବ ଝାଙ୍କର। ଉଭୟ ସମ୍ପର୍କରେ ଭାଇ ହେବେ। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ୍‌ ହୋଇଥିବା ବେଳେ ଅନ୍ୟ ଜଣେ ପିଏସ୍‌ଓ ଭାବେ ଚାକିରି କରୁଥିଲେ।

ଖବର ମୁତାବକ, କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା କ୍ରମଶଃ ଭୟଙ୍କର ରୂପ ନେଇଥିଲା। ଫଳରେ ରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ୨ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ମୃତକ ଦୁଇଜଣ ସମ୍ପର୍କୀୟ ଭାଇ ହୋଇଥିବା ଜଣାପଡିଛି। ତେବେ କିଏ କାହାକୁ ଗୁଳି କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.