ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଫିଜିର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ: ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫିଜି ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ ପାରମ୍ପରିକ ସ୍ୱାଗତ ସମାରୋହରେ ତାଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ – କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି ପ୍ରଦାନ କରାଯାଇଛି। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି। ପରେ ରାଷ୍ଟ୍ରପତି ଫିଜି ସଂସଦକୁ ସମ୍ବୋଧିତ କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଆମ ଆକାରରେ ବ୍ୟାପକ ପାର୍ଥକ୍ୟ ଥିଲେ ମଧ୍ୟ ଉଭୟ ଭାରତ ଏବଂ ଫିଜି ମଧ୍ୟରେ ଗଣତନ୍ତ୍ର ସମେତ ଅନେକ ସାମଞ୍ଜସ୍ୟ ରହିଛି। ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବାର ସମୃଦ୍ଧ ଅଭିଜ୍ଞତା ଥିବା ଜଣେ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ଭାବରେ ଭାରତ ଫିଜିକୁ ସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ଫିଜି ସାଂସଦମାନଙ୍କୁ ଆଶ୍ୱାସନା ଦେଇଥିଲେ।

ରାଷ୍ଟ୍ରପତି ମୁର୍ମୁ ଫିଜିରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି କାଟୋନିଭେରେ ଷ୍ଟେଟ ହାଉସରେ ସ୍ୱାଗତ କରିଥିଲେ। ସେଠାରେ ଉଭୟଙ୍କ ପକ୍ଷରେ ଦୀର୍ଘ ସମୟ ଧରି ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ ଆଜି ଫିଜି ଆମର ମିଳିତ ପ୍ରୟାସରେ ଏହାର ଅବଦାନ ପାଇଁ ସମଗ୍ର ବିଶ୍ୱରେ ପରିଚିତ ଏବଂ ଏହା ଦୁଇଟି ପ୍ରମୁଖ ବିଶ୍ୱ ଆହ୍ୱାନ – ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସଂଘର୍ଷର ମୁକାବିଲା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ବିଶ୍ୱସ୍ତରୀୟ ଆଲୋଚନାକୁ ଆକାର ଦେବା ହେଉ କିମ୍ବା ସାମୁଦ୍ରିକ-ରାଷ୍ଟ୍ରଗୁଡ଼ିକର ଉଦବେଗ ଉତ୍ଥାପନ କରିବା ହେଉ, ଫିଜି ବିଶ୍ୱର ମଙ୍ଗଳରେ ବିପୁଳ ଅବଦାନ ଦେଉଛି। ସମଗ୍ର ବିଶ୍ୱରେ ଫିଜିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭାରତ ବହୁତ ଗୁରୁତ୍ୱ ଦେଇଥାଏ ଏବଂ ପ୍ରଶଂସା କରେ ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ

Leave A Reply

Your email address will not be published.