ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା

0

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା। ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା। ଜେପି ନଡ୍ଡା ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବେ। । ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ।

ନଡ୍ଡାଙ୍କ ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ସେହିପରି ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରାଇବେ ଦୁଇ କେନ୍ଦ୍ରମନ୍ତ୍ରୀ।

ଏହା ପୂର୍ବରୁ ଆସନ୍ତା ୧୬ ତାରିଖରେ ରାଜ୍ୟ ବିଜେପି ପକ୍ଷରୁ ବସୁଛି କୋର କମିଟି ବୈଠକ। ଓଡିଶାର ଶାସନ ଭାର ସମ୍ଭାଳିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ବୈଠକ। ଏଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ଉପସ୍ଥିତ ରହିବେ।

Leave A Reply

Your email address will not be published.