ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’

0

ଭୁବନେଶ୍ବର: ରାଜ୍ୟ ସରକାର ‘ଭାଙ୍ଗ’କୁ ମାଦକ ଦ୍ରବ୍ୟ ଭାବେ ଘୋଷଣା ଘୋଷଣା କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦ ର ୨୦୧୩) ର ଧାରା ୨ (ଟି) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର “ଭାଙ୍ଗ”କୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହାକୁ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ ।ଫଳରେ ଏହା ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର କାରଣ ହୋଇଥାଏ। ପୁରାଣ ଯୁଗରୁ ଭାଙ୍ଗର ପ୍ରଚଳନ ଭାରତରେ ଅଛି ଓ ଏହା ଉତ୍ତର ଭାରତୀୟ ସଂସ୍କୃତିର ଏକ ଅଂଶ । ସାଧୁମାନେ ଏହାର ଉତ୍ତେଜକ ଗୁଣକୁ ବ୍ୟବ‌ହାର କରି ଭଗବାନ ସାନ୍ନିଧ୍ୟ ପାଇବା ନିମନ୍ତେ ଅଧିକ ଧ୍ୟାନ ରତ ହୁଅନ୍ତି ।

Leave A Reply

Your email address will not be published.