ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଢିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା

0

ଭୁବେଶ୍ବର: ବୃଦ୍ଧି ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଦାନ ରାଶି । ଏନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ପିଏମ୍ ଆବାସ ଯୋଜନା ରାଶି ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ । ଖୁବଶୀଘ୍ର ଏଥିପାଇଁ ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ । ପାଣି, ଶୌଚାଳୟ, ବିଜୁଳି, ସବୁ ଆବାସକୁ ଯୋଗାଇ ଦିଆଯିବ।

ଶୌଚାଳୟ ନିର୍ମାଣ ଅନୁଦାନ ବି ବୃଦ୍ଧି କରାଯିବ। ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ।

ସେ ଆଉ ମଧ୍ୟ କହିଛନ୍ତି, ପୂର୍ବ ସରକାର ମୋ ଘର ଯୋଜନା କେବଳ ନିର୍ବାଚନ ପାଇଁ ଲାଗୁ କରିଥିଲେ। ଏହି ଯୋଜନାରେ କୌଣସି ଲୋକ ଉପକୃତ ହୋଇ ନାହାନ୍ତି। ଯୋଜନାର କୌଣସି ନିର୍ଦ୍ଦିଷ୍ଟ ଗାଇଡ ଲାଇନ ନାହିଁ।

Leave A Reply

Your email address will not be published.