ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱରରେ ପହଞ୍ଚିଲା ହକି ଟିମ୍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍। ପ୍ୟାରିସ ଅଲିମ୍ପିକରେ ବ୍ରୋଞ୍ଜ ବିଜୟୀ ହକି ଟିମ୍‌ ଭୁବନେଶ୍ଵର ଏୟାରପୋର୍ଟରେ ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟ ଗୀତ, ବାଦ୍ୟରେ ସେମାନଙ୍କୁ ସ୍ଵାଗତ କରାଯାଇଛି। କ୍ରୀଡ଼ା ମନ୍ତ୍ରୀଙ୍କ ସମେତ କ୍ରୀଡ଼ା ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।

ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଇଛନ୍ତି । ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ୟ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ। ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେପଟେ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ହକି ଟିମକୁ ସ୍ୱାଗତ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.