ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବଢିବ ମଧ୍ୟାହ୍ନ ଭୋଜନ ସହାୟତା ରାଶି

0

ଭୁବନେଶ୍ବର: ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ତେବେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମଧ୍ୟାହ୍ନ ଭୋଜନରେ କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ପ୍ରାୟ ୪୬ଳକ୍ଷ ଛାତ୍ରୀଛାତ୍ର ଏହି ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ବର୍ତ୍ତମାନ ସରକାର ପ୍ରତି ପ୍ରାଥମିକ ସ୍କୁଲ୍‍ ପିଲାଙ୍କ ପାଇଁ ଗୋଟିଏ ମିଲ୍ ପିଛା ୫ଟଙ୍କା ୯୦ ପଇସା ଖର୍ଚ୍ଚ କରୁଛନ୍ତି। ସେହିପରି ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ଏହା ମୁଣ୍ଡପିଛା ୮ଟଙ୍କା ୮୨ ପଇସା ରହିଛି। ଏହି ଅର୍ଥରେ ପିଲାଙ୍କ ପାଇଁ ଭଲ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରୁ ନାହିଁ। ଏନେଇ ବାରମ୍ୱାର କହିବା ସହ ଅଧିକ ସହାୟତା ରାଶି ଦେବାକୁ ଦାବି କରାଯାଇଥିଲା।

Leave A Reply

Your email address will not be published.