ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର

0

ଟିକରପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର ଥିଲା ବେଳେ ଉଜୁଡି ଯାଇଛି ଗୋଟିଏ ପରିବାର। ଗୋଟିଏ ପରିବାରରେ ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଗୁରୁତର ଅବସ୍ଥାରେ ବାପାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨ ଓ ୩ ବର୍ଷ। ମୃତକ ୩ ଜଣ ହେଉଛନ୍ତି ସୁଧିରେଖା ମଲ୍ଲିକ, ଶୁଭରେଖା ମଲ୍ଲିକ ଓ ସୁରଭି ମଲ୍ଲିକ୍।

ଗତକାଲି ବିଳମ୍ବିତ ରାତିରେ ବାପା ଓ ୩ ଝିଅ ଶୋଇଥିବା ବେଳେ ଚିତି ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତକଙ୍କ ବାପାଙ୍କ କହିବା ଅନୁସାରେ, ଘରେ ୩ଝିଅ, ପୁଅ ଓ ସ୍ୱାମୀ ସ୍ତ୍ରୀ ଶୋଇଥିଲେ। ରାତି ଅଧରେ ହଠାତ୍ କିଏ କାମୁଡିବା ଭଳି ଅନୁଭବ ହେବାରୁ ସେ ଉଠିପଡିଥିଲେ । ଏହାପରେ ସାନ ଝିଅକୁ ଉଠାଇଥିଲେ। ସେତେବେଳକୁ ସେ ହୋସ୍‌ରେ ନଥିଲା। ଏହାପରେ ମଝିଆ ଓ ବଡ଼ ଝିଅକୁ ବି ସାପ କାମୁଡି ଦେଇଥିଲା। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି। ବାପାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚାକିତ୍ସା ଚାଲିଛି ।

Leave A Reply

Your email address will not be published.