ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର

0

ଟିକରପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର ଥିଲା ବେଳେ ଉଜୁଡି ଯାଇଛି ଗୋଟିଏ ପରିବାର। ଗୋଟିଏ ପରିବାରରେ ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗାଁରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ। ଗୁରୁତର ଅବସ୍ଥାରେ ବାପାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଭଉଣୀଙ୍କ ବୟସ ଯଥାକ୍ରମେ ୧୩, ୧୨ ଓ ୩ ବର୍ଷ। ମୃତକ ୩ ଜଣ ହେଉଛନ୍ତି ସୁଧିରେଖା ମଲ୍ଲିକ, ଶୁଭରେଖା ମଲ୍ଲିକ ଓ ସୁରଭି ମଲ୍ଲିକ୍।

ଗତକାଲି ବିଳମ୍ବିତ ରାତିରେ ବାପା ଓ ୩ ଝିଅ ଶୋଇଥିବା ବେଳେ ଚିତି ସାପ କାମୁଡିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ଅବସ୍ଥାରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତକଙ୍କ ବାପାଙ୍କ କହିବା ଅନୁସାରେ, ଘରେ ୩ଝିଅ, ପୁଅ ଓ ସ୍ୱାମୀ ସ୍ତ୍ରୀ ଶୋଇଥିଲେ। ରାତି ଅଧରେ ହଠାତ୍ କିଏ କାମୁଡିବା ଭଳି ଅନୁଭବ ହେବାରୁ ସେ ଉଠିପଡିଥିଲେ । ଏହାପରେ ସାନ ଝିଅକୁ ଉଠାଇଥିଲେ। ସେତେବେଳକୁ ସେ ହୋସ୍‌ରେ ନଥିଲା। ଏହାପରେ ମଝିଆ ଓ ବଡ଼ ଝିଅକୁ ବି ସାପ କାମୁଡି ଦେଇଥିଲା। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି। ବାପାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚାକିତ୍ସା ଚାଲିଛି ।

Leave A Reply

Your email address will not be published.