ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଲଘୁଚାପ ବର୍ଷାରେ ବୁଡ଼ିଲା ମାଲକାନଗିରି

0

ମାଲକାନଗିରି: ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ। ବର୍ଷା ପାଣିରେ ବୁଡିଲା ପୋଲ। କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି। ସେହିପରି ପାଙ୍ଗମ, ଏମ୍‌ଭି ୭, ଏମ୍‌ଭି ୯୦ ଆଦି ଅନେକ ପୋଲରେ ୧୦ ଫୁଟ ପାଣି ପ୍ରବାହିତ ହେଉଛି। ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା। ପୋଟେରୁ ସହରର ଅନେକ ଘର ଭିତରେ ବର୍ଷା ପାଣି ପଶିଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବାଇକ। ମାଲାକାନଗିରିରୁ ମୋଟୁ, କାଲିମେଳାରୁ ମୋଟୁ, କାଲିମେଳାରୁ ପଡିଆ ଓ ୩ ରାଜ୍ୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଓ ରାସ୍ତା ଉପରେ ପାଣି ଯୋଗୁଁ ଯାତାୟାତ ଠପ୍ ହୋଇଛି।
ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମାନେ ସଜାଗ ରହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖୁଛନ୍ତି । କାଲିମେଳା ବିଡିଓ, ମୋଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରୀ ବର୍ଷା ପାଣିରେ ବୁଡିଯାଇଥିବା ପୋଲ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି।

ଅନ୍ୟପଟ ରବିବାର ବିଳମ୍ବିତ ରାତିରେ ବର୍ଷାର ପରିମାଣ ବଢିଛି। ଫଳରେ ମାଲକାନଗିରି ଏବଂ କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ମୋଟୁ ଏବଂ ଜୟପୁରକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏପରିକି ମାଲକାନଗିରି ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଥାନାରୁ ରାମ ମନ୍ଦିର ଯାଏ ୩ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି।

Leave A Reply

Your email address will not be published.