ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ଯୁବକ ମୃତ

0

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ରାଜକିରଣ ଶତପଥୀ (୨୩) ଓ ନଳିନୀକାନ୍ତ ତ୍ରିପାଠୀ (୨୭)। ରାଜକିରଣଙ୍କ ଘର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ। ସେହିପରି ତାଙ୍କ ସଂପର୍କୀୟ ଭାଇ ନଳିନୀକାନ୍ତ ଇଚ୍ଛାପୁରମରେ ରହୁଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଉଲ୍ଲେଖଯୋଗ୍ୟ; ରାଜକିରଣ ଓ ନଳିନୀକାନ୍ତ ଶ୍ରାଦ୍ଧ ଦେବା ପାଇଁ ପୁରୀ ଆସିଥିଲେ। ସେମାନେ ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଇବା ବେଳେ ଅସାବଧାନତା ବଶତଃ ବୁଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ୨ ଭାଇଙ୍କୁ ପାଣିରୁ ଉଦ୍ଧାର କରି ସେମାନଙ୍କୁ ପୁରୀ ବଡ ଡାକ୍ତରଖାନାକୁ ଆଣିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା।

Leave A Reply

Your email address will not be published.