ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

0

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର। ଆଇପିଏସ୍‌ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର। ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର। ପୋଲିସ କମିଶନର ପିନାକ ମିଶ୍ରଙ୍କୁ କମିଶନରେଟ୍‌ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି।

ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ୨୫ ଜଣ ଆଇପିଏସ୍‌ ଅଫିସରଙ୍କୁ ଅବଦଳବଦଳ କରିଥିଲେ। ଭୁବନେଶ୍ୱରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେପଟେ ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ ସେ ପୁରୀ ଏସପି ଭାବେ କାର୍ଯ୍ୟ କରିବା ପରେ ଏବେ ଡିସିପି ଭୁବନେଶ୍ୱର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ଡିସିପି ଭୁବନେଶ୍ୱରରେ ପୋଲିସିଂ ବ୍ୟବସ୍ଥାକୁ ସୁଧାର ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ସେପଟେ ଆଗକୁ ଦଶହରା ଥିବାବେଳେ ସହରର ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଉପରେ ଅଧିକ ଫୋକସ ରହିବ ବୋଲି କହିଛନ୍ତି ଡିସିପି।

୨୦୧୧ ବ୍ୟାଚ୍‌ରେ ଏହି ଆଇପିଏସ୍‌ ଅଫିସର ପିନାକ ମିଶ୍ର ବ୍ରହ୍ମପୁରରେ ଥିବା ବେଳେ ଏକାଧିକ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିଲେ। ଏହାପରେ କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରିବା ପରେ ପୁରୀ ଏସ୍‌ପି ଭାବେ ବଦଳି ହୋଇଥିଲା। ପୂର୍ବରୁ ପିନାକ ମିଶ୍ର କଟକ ଡିସିପି ଭାବେ ୨୦୨୨ ମସିହା ମେରୁ ୨୦୨୪ ଜାନୁୟାରୀ ମାସ ପର୍ଯ୍ୟନ୍ତ କାମ କରିଥିଲେ।

Leave A Reply

Your email address will not be published.