ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଭୋପାଳରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

0

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦ କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା। ଗୁଜୁରାଟର ଆଣ୍ଟି ଟେରରିଜିମ ସ୍କ୍ବାଡ (ଏଟିଏସ) ଏବଂ ଦିଲ୍ଲୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ଅପରେସନରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭାଇ ଏନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ ତଦନ୍ତକାରୀ ସଂସ୍ଥାଙ୍କୁ ସାଧୁବାଦ ଜଣାଇଛନ୍ତି। ଡ୍ରଗ୍ସ ବିରୋଧ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ତଥା ନିରାପତ୍ତା ରକ୍ଷା କରିବାରେ ସେମାନଙ୍କର ସହଯୋଗୀ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଭାରତକୁ ଏକ ନିରାପଦ ତଥା ସୁସ୍ଥ ରାଷ୍ଟ୍ର କରିବା ପାଇଁ ତଦନ୍ତକାରୀ ସଂସ୍ଥାଙ୍କୁ ସମର୍ଥନ କରିବାକୁ ସେ ପୋଷ୍ଟରେ ଲେଖିଛନ୍ତି।

Leave A Reply

Your email address will not be published.