ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

0

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ନିର୍ବାଚନରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ।

ଗତ ନିର୍ବାଚନରେ କଟକ-ବାରବାଟୀରୁ ସେ ପ୍ରାର୍ଥୀ ହୋଇଥିଲେ। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ ରୁ ଲଢି ସାଲେପୁରରୁ ଜିତିଥିଲେ। ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲିପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖେ। ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି, ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ଭାବିଲି। ଦୀର୍ଘ ୨୫ ବର୍ଷ ହେବ ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ଯୋଡିହୋଇ ରହିଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

Leave A Reply

Your email address will not be published.