ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ

0

ଭୁବନେଶ୍ବର: ରାଜଧାନୀରେ ଚାଲିଥିଲା ନକଲି କଲ୍ ସେଣ୍ଟର। ଟୁଇନ୍ ସିଟି କମିଶନରେଟ୍ ପୋଲିସ ବୁଧବାର ଦିନ ଭୁବନେଶ୍ୱରରେ ଚାଲୁଥିବା ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। ଏହି ଘଟଣାରେ ୬ ଜଣ ଅଟକ ରହିଛନ୍ତି।

ସୂଚନା ଅନୁଯାୟୀ, ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ କମିଶନରେଟ ପୁଲିସର ସାଇବର ଟିମ ଆଜି ଚଢ଼ାଉ କରି ଏହି ନକଲି କଲ୍ ସେଣ୍ଟର ଠାବ କରିଛି। ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ଏକାଧିକ ଲାପଟପ୍, ମୋବାଇଲ ଓ ଅନେକ ଡିଜିଟାଲ ଡିଭାଇସ ଜବତ କରିଛି। ଅଟକ ୬ ଜଣ ଘର କୋଲକାତାରେ ବୋଲି ଜଣାଯାଇଛି। କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସାଇବର ଟିମ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା।

ପୋଲିସର ଏକ ଟିମ୍ ଚଢାଉ କରି ସିମ୍ ବକ୍ସ ଭଳି କିଛି ଉପକରଣ ଏବଂ କିଛି ଅପରାଧ ଜନିତ ଦସ୍ତାବିଜ ଜବତ କରିଛି। ଏହି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ସୂଚନା ପାଇଁ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି।

ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କଲ୍ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରିବା ପରେ ଜଣାପଡ଼ିବ।“ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ ବୈଷୟିକ ମାମଲା ଏବଂ ଆମର ବିଶେଷଜ୍ଞମାନେ ଏନେଇ ତଦନ୍ତ ଶେଷ କରିବା ପରେ ଅଧିକ ବିସ୍ତୃତ ସୂଚନା ପ୍ରଦାନ କରିବୁ।”

Leave A Reply

Your email address will not be published.