ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା

0

ଭୁବନେଶ୍ବର: ଓଡିଶା ଉପକୂଳ ଆଡକୁ ମାଡିଆସୁଛି ଦାନା। ଆସନ୍ତାକାଲି ନେବ ଭୀଷଣ ବାତ୍ୟାର ରୂପ। ୨୪ତାରିଖ ରାତି ଓ ୨୫ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିପାରେ ଦାନା। ପ୍ରଭାବରେ ଧାମରା, ପାରାଦୀପ ସହ କେନ୍ଦ୍ରାପଡା ରାଜକନିକାରେ ବର୍ଷା ଆରମ୍ଭ ହୋଇଛି। ସଂଧ୍ୟା ବେଳକୁ ଉପକୂଳ ଅଞ୍ଚଳରେ ବର୍ଷାର ପରିମାଣ ବଢିବ। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ। ବାତ୍ୟାର ବାହ୍ୟବଳୟ ସ୍ଥଳଭାଗ ଛୁଇଁଥିବା ନେଇ ସୂଚନା ମିଳିଛି। ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛନ୍ତି ସରକାର।

ଭଦ୍ରକ, କେନ୍ଦ୍ରାପଡାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି। ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏନେଇ ସୂଚନା ଦେଇଛନ୍ତି। ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି। ଧାମରାରେ ବର୍ଷା ଓ ପବନ ଆରମ୍ଭ ହୋଇଥିବା ବେଳେ ପାରାଦୀପରେ ବି ବର୍ଷା ହେଉଛି। ଧୀରେ ଧୀରେ ସ୍ଥଳଭାଗ ଆଡକୁ ମୁହାଁଉଛି ବାତ୍ୟା ଦାନା। ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେବ।

ବାତ୍ୟାର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଦାନା। ଆଜି ମଧ୍ୟରାତ୍ରୀରୁ କାଲି ସକାଳ ମଧ୍ୟରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ଭୀଷଣ ବାତ୍ୟା ଦାନା ଭିତରକନିକା ଓ ଧାମରା ମଧ୍ୟରେ ଅତିକ୍ରମ କରିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦କିଲୋମିଟର ରହିବ। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ୨ରୁ ୩ ମିଟର ଉଚ୍ଚ ଜୁଆର ଆସିପାରେ। କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ପାଇଁ ଭିତରକନିକା ୩ଦିନ ବନ୍ଦ କରାଯାଇଛି । ଇକୋରିଟ୍ରିଟରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ସ୍ଥାନ ଛାଡି ଯିବାକୁ କୁହାଯାଇଛି।

Leave A Reply

Your email address will not be published.