ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

0

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌କୁ ମିଳିଲା ବଡ଼ ଆଶ୍ୱସ୍ତି। ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି। ୨୦୦୧ରେ ଜୟା ଶେଟ୍ଟୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଛୋଟା ରାଜନଙ୍କ ଉପରେ ଏହି ଅଭିଯୋଗ ଲାଗିଥିଲା। ମେ ୩୦, ୨୦୨୪ରେ, ଏକ ସ୍ବତନ୍ତ୍ର ମକୋକା କୋର୍ଟ ରାଜନଙ୍କୁ ଅନ୍ୟମାନଙ୍କ ସହ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ହତ୍ୟା ମାମଲାରେ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ପ୍ରମାଣ ଅଭାବରୁ ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏକ ଲକ୍ଷ ଟଙ୍କା ମୁଚଳିକାରେ ତାକୁ ଏହି ଜାମିନ ପ୍ରଦାନ କରାଯାଇଛି।

ରାଜନ ଏହି ଦଣ୍ଡ ବିରୋଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଦଣ୍ଡକୁ ସ୍ଥଗିତ ରଖାଯିବା ସହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ଗ୍ୟାଙ୍ଗଷ୍ଟର ଦାବି କରିଛନ୍ତି। ବୁଧବାର ଶୁଣାଣି ସମୟରେ ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ପୃଥ୍ବିରାଜ ଚୌହାନଙ୍କ ଡିଭିଜନ ବେଞ୍ଚ ଏକ ଲକ୍ଷ ଟଙ୍କା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଜେଲରେ ରହିବାକୁ ପଡିବ।

ସୂଚନାଯୋଗ୍ୟ, ଛୋଟା ରାଜନ ବିଦେଶରେ ରହୁଥିବାବେଳେ ତାଙ୍କ ଗ୍ୟାଙ୍ଗ ଚଳାଉଥିଲେ, କିନ୍ତୁ ତାଙ୍କୁ ୨୦୧୫ରେ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା ଏବଂ ଅକ୍ଟୋବର ୨୦୧୫ରେ ସେଠାରୁ ଭାରତକୁ ଅଣାଯାଇଥିଲା। ସେବେଠାରୁ ସେ ନୂଆଦିଲ୍ଲୀର ତିହାରରେ ଦୁଇ ନମ୍ବର ଜେଲରେ ରହିଥିଲେ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ପରେ ଦାଉଦ ଇବ୍ରାହିମଙ୍କ ନିକଟରେ ଥିବା ଛୋଟା ରାଜନ ଦାଉଦ ଗ୍ୟାଙ୍ଗରୁ ଅଲଗା ହୋଇଯାଇଥିଲେ।

Leave A Reply

Your email address will not be published.