ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବାତ୍ୟା ଦାନା ପାଇଁ ଆଉ ୧୭ଟି ଟ୍ରେନ୍ ବାତିଲ୍

0

ନୂଆଦିଲ୍ଲୀ: ମାଡି ଆସୁଛି ଅତି ଭୀଷଣ ବାତ୍ୟା ଦାନା। ମଝି ରାତିରେ ଛୁଇଁବ ସ୍ଥଳଭାଗ। ବର୍ତ୍ତମାନ ଏହା ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୨କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା ।ସାଗର ଦ୍ଵୀପର ଦକ୍ଷିଣକୁ ୩୧୦ କିଲୋମିଟର ଦୂରରେ ରହିଛି ଦାନା। ଆଜି ମଧ୍ୟ ରାତ୍ରି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ତେବେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ସୂଚନା ମିଳିଛି। ସେପଟେ ବାତ୍ୟା ଦାନାକୁ ଆଖି ଆଗରେ ରଖି ଆଜି ୧୭ଟି ଟ୍ରେନ୍ ବାତିଲ୍ କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୦୩ ଟ୍ରେନ୍ ବାତିଲ୍ କରାଯାଇଥିବା ନେଇ ଇଷ୍ଟ କୋଷ୍ଟ ଓ ସାଉଥ୍ ଇଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.