ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଆଉ ୩ ଗିରଫ

0

ପୁଣେ: ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ତିନି ଜଣଙ୍କୁ ଗିରଫ କରିଛି।

ଗିରଫ କରାଯାଇଥିବା ଅଭିଯୁକ୍ତମାନେ ହେଲେ, ରୂପେଶ ରାଜେନ୍ଦ୍ର ମୋହୋଲ (୨୨), କରଣ ରାହୁଲ ସାଲଭେ (୧୯) ଏବଂ ଶିବମ ଅରବିନ୍ଦ କୋହାଡ (୨୦)। ଏମାନେ ପୁଣେର ବାସିନ୍ଦା। ସେମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଅକ୍ଟୋବର ୧୨ ରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବାବା ସିଦ୍ଦିକିଙ୍କଙ୍କ ପୁଅ ତଥା ବିଧାୟକ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ସନ୍ଦିଗ୍ଧ ଶୁଟର୍‌ ଧର୍ମରାଜ କଶ୍ୟପ ଓ ଗୁରମେଲ ସିଂହ ସମେତ ୧୧ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଶୁଟର୍‌ ଶିବକୁମାର ଗୌତମ ଓ ଦୁଇ ଜଣ ଷଡ଼ଯନ୍ତ୍ରକାରୀ ଏବେ ବି ଫେରାର ଅଛନ୍ତି।

Leave A Reply

Your email address will not be published.