ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ

0

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି। ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ ଆସିବା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଧମକପୂର୍ଣ୍ଣ କଲ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ କରାଯିବା ସହ ବିମାନ ବନ୍ଦରରେ କଡ଼ାକଡି ଯାଞ୍ଚ କରାଯାଉଛି।

ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ପାଳନ କରାଯାଉଛି। ବିପିଏ କର୍ତ୍ତୃପକ୍ଷ ସୁରକ୍ଷା ଯାଞ୍ଚକୁ ଜୋରଦାର କରିଛନ୍ତି। କୁକୁର ସ୍କ୍ବାଡ୍ ଏବଂ ବୋମା ସ୍କ୍ବାଡର ଅଧିକାରୀ ମାନେ ମଧ୍ୟ ବିମାନବନ୍ଦରର ଯାଞ୍ଚରେ ଲାଗିଛନ୍ତି।

ଦୀର୍ଘ ଦିନ ହେବ ଭାରତୀୟ ବିମାନ ଚଳାଚଳ କମ୍ପାନୀର ଫ୍ଲାଇଟ୍‌ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ ଆସୁଥିବାରୁ ଦେଶରେ ବିମାନ ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ଏୟାରଲାଇନ୍ସଗୁଡ଼ିକୁ ବହୁ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ଏଭଳି ସମୟରେ ରବିବାର ଦିଲ୍ଲୀର ରୋହିଣୀସ୍ଥିତ ଏକ ସ୍କୁଲ ନିକଟରେ ବିସ୍ଫୋରଣ ଘଟିବା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବାରମ୍ବାର ଏଭଳି ଧମକ ସତ୍ତ୍ୱେ ଧମକଦାତାଙ୍କୁ ପୋଲିସ ଧରି ନ ପାରିବା ଚିନ୍ତାର ବିଷୟ ହୋଇଛି।

Leave A Reply

Your email address will not be published.