ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାରେ, ମୁଖ୍ୟ ଖଳନାୟକ ସ୍ୱାମୀ

0

କୋରାପୁଟ: ସମସ୍ତ ରହସ୍ୟ ଉପରୁ ପରଦା ହଟାଇଲା କୋରାପୁଟ ନନ୍ଦପୁର ପୋଲିସ। ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ। ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର। ମୁଖ୍ୟ ଅଭିଯୁକ୍ତ ତଥା ସ୍ୱାମୀ ମହେନ୍ଦ୍ର ଖରା ସହ ଦୁଇ ସହଯୋଗୀକୁ ଗିରଫ କରିଛି ପୋଲିସ । ମାଳିଖୁଡିବି ଗାଁର ମହେଶ ମାଳି ଏବଂ ସୋମନାଥ ଭୋଇକୁ ଗିରଫ କଲା ପୋଲିସ । ହାତ ଧରି ବାହା ହୋଇଥିବା ଲୋକଟା ଯେ ବିଶ୍ୱାସରେ ବିଷ ଦେବ କେହି କେବେ ଭାବି ବି ନଥିବେ। କୋରାପୁଟ ନନ୍ଦପୁର ଥାନା କୁମାର ଗାନ୍ଧଣା ଗ୍ରାମ ପଂଚାୟତ ହାରିଆମୁଣ୍ଡା ଗାଁରେ ଗତକାଲି ଘଟିଥିଲା ଏହି ବର୍ବରକାଣ୍ଡ।

ସୂଚନା ଅନୁସାରେ ଅଭିଯୁକ୍ତମାନେ ମିଶି ୮ ଦିନ ପୂର୍ବରୁ ସାବିତ୍ରୀଙ୍କୁ ହତ୍ୟା କରିବା ପାଇଁ ଏକ ଯୋଜନା କରିଥିଲେ। ଗତକାଲି ହତ୍ୟା କରିବା ପରେ ଲୁଟର ଅଭିନୟ କରି ନିଜକୁ ଗଛରେ ବାନ୍ଧି ଘଟଣାକୁ ଚାପିଦେବା ପ୍ଲାନ କରିଥିଲା ମୁଖ୍ୟ ଅଭିଯୁକ୍ତ ତଥା ସ୍ୱାମୀ ମହେନ୍ଦ୍ର ଖରା। ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ଆଧାର ଅପଡେଟ କରିବାକୁ ସ୍ଵାମୀ ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବିତ୍ରୀ ଖରା ଆଧାର କେନ୍ଦ୍ରକୁ ଆସିଥିଲେ।

ଆଧାର କେନ୍ଦ୍ରରେ କାମ ସାରି ବାଇକରେ ଘରକୁ ଫେରୁଥିବା ସମୟରେ ରାସ୍ତାକଡ଼ରେ କିଛି ଯୁବକ ଆଗରୁ ଛିଡା ହୋଇ ରହିଥିଲେ। ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କୁ ଅକସ୍ମାତ ଠେଙ୍ଗାରେ ପିଟି ଥିଲେ। ପରେ ସ୍ଵାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ସମସ୍ତ ଘଟଣା ଉପରୁ ପରଦା ହଟାଇ ସତ ପଦାକୁ ଆଣିଛି ନନ୍ଦପୁର ପୋଲିସ। ଘଟଣାରେ ସ୍ଵାମୀର ମୁଖ୍ୟ ଭୂମିକା ବୋଲି ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।

Leave A Reply

Your email address will not be published.