ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟ

0

ବଲାଙ୍ଗିରୀ: ବେକରେ ଟାଙ୍ଗିଆ ଲଗାଇ ମିନି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଶୁକ୍ରବାର ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରାୟ ୭ ଲକ୍ଷ ୩୦ ହଜାର ଟଙ୍କା ସହ ଲ୍ୟାପ୍‌ଟପ୍‌ ଓ ବ୍ୟାଙ୍କ ଚେକ୍‌ ଲୁଟି ନେଲେ ଦୁର୍ବୃତ୍ତ। ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବା ବେଳେ ଏହି ଲୁଟ୍‌ର ଶିକାର ହୋଇଛନ୍ତି।
ମୁରିବାହାଲ ଥାନା ପଟ୍ଟାମରା-ହଳଦି ରାସ୍ତାରେ ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବାବେଳେ ୨ରୁ ଅଧିକ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ୩୦ ହଜାର ଟଙ୍କା ସହ ଲ୍ୟାପ୍‌ଟପ୍‌ ଓ ବ୍ୟାଙ୍କ ଚେକ୍‌ ଲୁଟିନେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.