ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା

0

ଫିରୋଜାବାଦ: ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ କହିଛନ୍ତି ଯେ, ବସ୍ ଅଯୋଧ୍ୟାରୁ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଅଭିମୁଖେ ଯାଉଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ନାସିରପୁର ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକକୁ ଧକ୍କା ଦେଇଥିଲା। କଣ୍ଟ୍ରୋଲ ରୁମରେ ସୂଚନା ପାଇବା ପରେ ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।

ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଟ୍ରାଭେଲର ବସଟି ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିଲା। ସମସ୍ତ ଯାତ୍ରୀ ଦାଦ୍ରା ନଗର ହାଭେଳି ଏବଂ ଗୁଜରାଟର ବାସିନ୍ଦା।

Leave A Reply

Your email address will not be published.