ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଜେଡି କାଉନ୍‌ସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର

0

ରେମୁଣା: ବିଜେଡି କାଉନ୍‌ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବାଲେଶ୍ଵର ଜିଲା ରେମୁଣାର ଜଣେ ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲରଙ୍କ ଭଉଣୀ ଉକ୍ତ ଶିଶୁପୁତ୍ରକୁ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଚାଇଲ୍ଡଲାଇନ ଅଧିକାରୀ ଓ ପୁଲିସ୍‌ ବିଜେଡି କାଉନ୍‌ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।

ଉକ୍ତ ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚ ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଜିଲାପାଳ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବା ଲାଗି ଚାଇଲ୍ଡଲାଇନକୁ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦେଶକ୍ରମେ ଚାଇଲ୍ଡଲାଇନ ପକ୍ଷରୁ ପୁଲିସ ସହାୟତାରେ କାଉନସିଲରଙ୍କ ଘରୁ ଚଢ଼ାଉ କରି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଚାଇଲ୍ଡଲାଇନ ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ସେତେବେଳେ ପାନମଣୀ ଘରେ ନଥିଲେ। ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ। ଛୁଆ କାହାର ? କେଉଁଠୁ ଆଣିଲ ? ଏମିତି ନାନା ପ୍ରଶ୍ନ ପଚାରିଥିଲେ ଚାଇଲ୍ଡଲାଇନ ଅଧିକାରୀ ଓ ପୋଲିସ୍‌। ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ। ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ ଚାଇଲ୍ଡଲାଇନ ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି।

Leave A Reply

Your email address will not be published.