ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିଜେଡି କାଉନ୍‌ସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର

0

ରେମୁଣା: ବିଜେଡି କାଉନ୍‌ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର। ବାଲେଶ୍ଵର ଜିଲା ରେମୁଣାର ଜଣେ ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲରଙ୍କ ଭଉଣୀ ଉକ୍ତ ଶିଶୁପୁତ୍ରକୁ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଚାଇଲ୍ଡଲାଇନ ଅଧିକାରୀ ଓ ପୁଲିସ୍‌ ବିଜେଡି କାଉନ୍‌ସିଲରଙ୍କ ଘରେ ଚଢ଼ଉ କରି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି।

ଉକ୍ତ ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚ ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଜିଲାପାଳ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବା ଲାଗି ଚାଇଲ୍ଡଲାଇନକୁ ନିର୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦେଶକ୍ରମେ ଚାଇଲ୍ଡଲାଇନ ପକ୍ଷରୁ ପୁଲିସ ସହାୟତାରେ କାଉନସିଲରଙ୍କ ଘରୁ ଚଢ଼ାଉ କରି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଚାଇଲ୍ଡଲାଇନ ଅଧିକାରୀ ଓ ରେମୁଣା ଥାନା ଅଧିକାରୀ ବିଜେଡି କାଉନ୍‌ସିଲର ପାନମଣୀଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ସେତେବେଳେ ପାନମଣୀ ଘରେ ନଥିଲେ। ତେବେ ତାଙ୍କ ଝିଅ ତୁଳସୀ ପାଖରେ ୪ ମାସର ଶିଶୁ ପୁତ୍ର ଥିବା ଦେଖିବାକୁ ପାଇଥିଲେ। ଛୁଆ କାହାର ? କେଉଁଠୁ ଆଣିଲ ? ଏମିତି ନାନା ପ୍ରଶ୍ନ ପଚାରିଥିଲେ ଚାଇଲ୍ଡଲାଇନ ଅଧିକାରୀ ଓ ପୋଲିସ୍‌। ଜବାବରେ ତୁଳସୀ କହିଥିଲେ, ଆମେ ପୁଅକୁ ପୋଷ୍ୟ ସନ୍ତାନ କରିଛୁ। ହେଲେ ପୋଷ୍ୟ ସନ୍ତାନ ପାଇଁ ଆବଶ୍ୟକ ହେଉଥିବା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ତେଣୁ ଚାଇଲ୍ଡଲାଇନ ଅଧିକାରୀ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି।

Leave A Reply

Your email address will not be published.