ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଆଇଏଏସ୍‌ ସ୍ତରରେ ଅଦଳବଦଳ

0

ଭୁବନେଶ୍ବର; ଆଇଏଏସ୍‌ ସ୍ତରରେ ହୋଇଛି ବଡ ଅଦଳବଦଳ। ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ବିଶାଳ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ବ ପ୍ରଦାନ କରିଛନ୍ତି। ସଂଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ହସ୍ତାନ୍ତର କରାଯାଇଛି।
ରାଜ୍ୟ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍‌ର ମୁଖ୍ୟ ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିବା ବେଳେ ଗୁହା ପୁନମ୍‌ଙ୍କୁ ହସ୍ତତନ୍ତ୍ର ଓ ବୟନଶିଳ୍ପ କମିସିନର ତଥା ସଚିବ ଭାବେ ନିଯୁକ୍ତ କରିଛନ୍ତି।

ସେହିପରି ଗିରିଶ ଏସ୍‌ ଏନ୍‌ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ନିଯୁକ୍ତ କରିଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀରବିକ୍ରମ ଯାଦବଙ୍କୁ ବଦଳି କରିଛନ୍ତି। ରାଜ୍ୟରେ ଚାଷୀମାନଙ୍କ ପାଇଁ ମଣ୍ଡି ଖୋଲିବା ପୂର୍ବରୁ ସରକାର ଶ୍ରୀ ବିକ୍ରମଙ୍କୁ ବଦଳି କରିଛନ୍ତି। ସେହିପରି ସୁଶୀଲ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ସରକାର ଅବକାରୀ ବିଭାଗ କାଢ଼ି ନେଇଛନ୍ତି।

Leave A Reply

Your email address will not be published.