ପ୍ରମୁଖ ଖବର

ଅଯୋଧ୍ୟା ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ପନ୍ନୁର ଧମକ: ନଭେମ୍ବର ୧୬ ଓ ୧୭ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ସହ ଅନ୍ୟ ସ୍ଥାନରେ ମଧ୍ୟ ବିସ୍ଫୋରଣ ହେବ ବୋଲି ଧମକ
ରାଜ୍ୟର ୩ ପୋଲିସ ଇନ୍ସପେକ୍ଟରଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ
ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି
ଯବାନଙ୍କ ଏନକାଉଣ୍ଟରରେ ୧୧ ନିହତ, ଜଣେ ଯବାନ ଗୁରୁତର
ମହର୍ଷି କଲେଜରେ ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କୁ ମାଡ଼
ମଙ୍ଗଳବାର ଠାରୁ ଭିସ୍ତାରା ବିମାନ ଏୟାର ଇଣ୍ଡିଆ ନାଁରେ ଉଡ଼ିବ
କାର୍ତ୍ତିକ ମାସରେ ଅସମ୍ଭବ ଭିଡ଼ ଯୋଗୁ ବଦଳିଲା ଶ୍ରୀମନ୍ଦିର ଧ୍ୱଜାବନ୍ଧା ନୀତି ସମୟ
ବଦଳିଲା ନର୍ସଙ୍କ ଡ୍ରେସ୍, ଏବେ ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ

ପଦ୍ମ ପୁରସ୍କାର ପ୍ରାପ୍ତଙ୍କୁ ମାସିକ ମିଳିବ ୩୦ ହଜାର ଟଙ୍କା

0

ଭୁବନେଶ୍ବର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ସରକାରୀ ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜୀବିତ ଥିବା ୫୫ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ସମ୍ମାନିତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଦୁଇ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ପୂର୍ବ ବିଜେଡି ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ମାସିକ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ।

Leave A Reply

Your email address will not be published.