ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଯବାନଙ୍କ ଏନକାଉଣ୍ଟରରେ ୧୧ ନିହତ, ଜଣେ ଯବାନ ଗୁରୁତର

0

ଜିରିବାମ୍: ମଣିପୁରରେ ସେନାକୁ ମିଳିଛିବଡ ସଫଳତା। ହୋଇଛି ବଡ଼ ଧରଣର ଏନକାଉଣ୍ଟର। ଜିରିବାମ୍ ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର। ଜିରିବାମ୍ ଅଞ୍ଚଳରେ ସିଆରପିଏଫ୍ ଯବାନଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ନିହତ ହୋଇଛନ୍ତି। ପ୍ରତି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳେ ଗୋଟିଏ ଥାନାକୁ ଦୁଇ ପଟରୁ ଘେରାଉ କରି ଆକ୍ରମଣ କରିଥିଲେ କୁକି ଆତଙ୍କବାଦୀ। କେତେକ ଲୋକଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ ମଧ୍ୟ ଅଛି। ସନ୍ଦେହ କରାଯାଉଛି ରିଲିଫ କ୍ୟାମ୍ପ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା।

ଆସାମ ସୀମାକୁ ଲାଗି କରି ଏହି ଅଞ୍ଚଳ ରହିଛି। ଏହା ପରେ ସିଆରପିଏଫ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ। ଏଥିରେ ୧୧ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଗୁଳିବିନିମୟ ସ୍ଥାନକୁ ଅଧିକ ସିଆରପିଏଫ୍ ଯବାନଙ୍କୁ ପଠାଯାଇଛି। ସେଠାରୁ ବହୁ ଅସ୍ତ୍ରଅସ୍ତ୍ର ମଧ୍ୟ ଜବତ କରାଯାଇଛି । ଆତଙ୍କବାଦୀ ଜଣେ ଆଦିବାସୀଙ୍କୁ ହତ୍ୟା ପରେ ଉତ୍ତେଜନା ଦେଖା ଦେଇଥିଲା। ଏହା ପରେ ଆଜି ଥାନା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ।

Leave A Reply

Your email address will not be published.