ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି

0

ଭୁବନେଶ୍ବର: ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ। ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବେଦାନ୍ତ କମ୍ପାନୀ ନେଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବେଦାନ୍ତ କମ୍ପାନୀର ଅନିଲ ଅଗ୍ରଓ୍ବାଲ ଫାଉଣ୍ଡେଶନ ପାଇଥିବା ଜମି ଲୋକଙ୍କୁ ଫେରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ମୋଟ୍‌ ୩୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା। ଜମିହରାଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ। ଏନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଲୋକଙ୍କୁ ସେମାନଙ୍କ ଜମି ମିଳିବା ସହ ସେମାନେ ଉକ୍ତ ଜମିକୁ ନିଜ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସମ୍ପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକରଣ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ପୂର୍ବ ସରକାର ୨୦୦୬ ମସିହାରେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବେଦାନ୍ତ ସହ ଏମ୍‌ଓୟୁ କରିଥିଲେ। ୨୨ଟି ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା। ଘଟଣାରେ ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ। ୨୦୨୩ରେ ଅଧିଗ୍ରହଣକୁ ଖାରଜ କରିବା ସହ ଜମି ଫେରାଇବାକୁ ଆଦେଶ ଦେଇଥିଲେ ହାଇକୋର୍ଟ।

Leave A Reply

Your email address will not be published.