ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ଜିଲ୍ଲା ଆରଆଇ

0

ଭଦ୍ରକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ନିରୀକ୍ଷକ ବା ଆରଆଇ ଭାଗବତ ଖଟୁଆ। ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ଆର୍‌ଆଇ ଭାଗବତ ଖଟୁଆଙ୍କୁ ଓଡ଼ିଶା ଭିଜିଲାନ୍ସ କର୍ମଚାରୀ ମାଡ଼ି ବସିଛନ୍ତି। ଏକ ମ୍ୟୁଟେଶନ ମାମଲାରେ କୃଷି ଜମିକୁ ଘରୋଇ ଜମିରେ ପରିଣତ କରିବା ପାଇଁ ତାଙ୍କ ପକ୍ଷରେ କ୍ଷେତ୍ର ଅନୁସନ୍ଧାନ ରିପୋର୍ଟ ଦାଖଲ କରିବାକୁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ନଗଦ ଟଙ୍କା ସହ ଖଟୁଆଙ୍କୁ ମାଡ଼ିବସିଛି। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍‌ ନଂ ୧୫/୨୪ରେ ଏକ ମାମଲା ଦାୟର ହୋଇଛି।

ବିଜୟ ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ଏନେଇ ସେ ଆରଆଇ ଭାଗବତ ଖଟୁଆଙ୍କୁ ଭେଟିଥିଲେ। ଜମିର କିସମ ପରିବର୍ତ୍ତନ କରି ଦେବା ପାଇଁ ଆରଆଇ ଶ୍ରୀ ଖଟୁଆ ରାଜି ହୋଇଥିଲେ। ହେଲେ ଏଥିପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଜୟ ଲାଞ୍ଚ ନଦେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଯୋଜନା ଅନୁସାରେ ବିଜୟ ଆରଆଇ ଭାଗବତ ଖଟୁଆଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ଶ୍ରୀ ଖଟୁଆ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ଶ୍ରୀ ଖଟୁଆଙ୍କୁ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Leave A Reply

Your email address will not be published.