ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଜେପିରେ ସାମିଲ ହେଲେ କୈଳାଶ ଗେହଲଟ

0

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ କାର୍ଯ୍ୟାଳୟରେ ଭାଜପାରେ ସାମିଲ କରାଇଛନ୍ତି।
ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନରେ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା, ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ, କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରା ଏବଂ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ଅନ୍ୟ ନେତାମାନେ ତାଙ୍କୁ ଦଳରେ ସ୍ବାଗତ କରିଥିଲେ।

ଆମ ଆଦମୀ ପାର୍ଟିକୁ ଚକିତ କରି କୈଳାଶ ଗେହଲୋଟ ରବିବାର ଏଏପିର ପ୍ରାଥମିକ ସଦସ୍ୟତା ଛାଡିଥିଲେ। ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ ଦଳ ଦେଇଥିବା ପ୍ରତିଶୃତି ପୂରଣ ନ କରିବା ଏବଂ ବିବାଦରେ ଥିବା ଦର୍ଶାଇ ଆପରୁ ଇସ୍ତଫା ଦେଇଥିଲେ।

ଆଜି ବିଜେପିରେ ଯୋଗଦେବା ପରେ ଗହଲୋଟ୍ କହିଛନ୍ତି, ଏହା ମୋ ପାଇଁ ଏତେ ସହଜ ପଦକ୍ଷେପ ନୁହେଁ… ଆନ୍ନା ହାଜାରେଙ୍କ ସମୟରୁ ମୁଁ ଆପର ଏକ ଅଂଶ ଥିଲି ଏବଂ ବିଧାୟକ ଓ ମନ୍ତ୍ରୀ ଭାବେ ଦିଲ୍ଲୀ ପାଇଁ କାମ କରିଛି। କେହି କେହି ଭାବି ପାରନ୍ତି ଏହା ଗୋଟିଏ ରାତିର ନିଷ୍ପତ୍ତି… କିମ୍ବା ଚାପ କାରଣରୁ ମୁଁ ଇସ୍ତଫା ଦେଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ।”

Leave A Reply

Your email address will not be published.