ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବିଜେପିରେ ସାମିଲ ହେଲେ କୈଳାଶ ଗେହଲଟ

0

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ତାଙ୍କୁ ସୋମବାର ଜାତୀୟ କାର୍ଯ୍ୟାଳୟରେ ଭାଜପାରେ ସାମିଲ କରାଇଛନ୍ତି।
ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନରେ ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା, ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ ଗୌତମ, କେନ୍ଦ୍ର ମନ୍ତ୍ରୀ ହର୍ଷ ମଲହୋତ୍ରା ଏବଂ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ଅନ୍ୟ ନେତାମାନେ ତାଙ୍କୁ ଦଳରେ ସ୍ବାଗତ କରିଥିଲେ।

ଆମ ଆଦମୀ ପାର୍ଟିକୁ ଚକିତ କରି କୈଳାଶ ଗେହଲୋଟ ରବିବାର ଏଏପିର ପ୍ରାଥମିକ ସଦସ୍ୟତା ଛାଡିଥିଲେ। ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ ଦଳ ଦେଇଥିବା ପ୍ରତିଶୃତି ପୂରଣ ନ କରିବା ଏବଂ ବିବାଦରେ ଥିବା ଦର୍ଶାଇ ଆପରୁ ଇସ୍ତଫା ଦେଇଥିଲେ।

ଆଜି ବିଜେପିରେ ଯୋଗଦେବା ପରେ ଗହଲୋଟ୍ କହିଛନ୍ତି, ଏହା ମୋ ପାଇଁ ଏତେ ସହଜ ପଦକ୍ଷେପ ନୁହେଁ… ଆନ୍ନା ହାଜାରେଙ୍କ ସମୟରୁ ମୁଁ ଆପର ଏକ ଅଂଶ ଥିଲି ଏବଂ ବିଧାୟକ ଓ ମନ୍ତ୍ରୀ ଭାବେ ଦିଲ୍ଲୀ ପାଇଁ କାମ କରିଛି। କେହି କେହି ଭାବି ପାରନ୍ତି ଏହା ଗୋଟିଏ ରାତିର ନିଷ୍ପତ୍ତି… କିମ୍ବା ଚାପ କାରଣରୁ ମୁଁ ଇସ୍ତଫା ଦେଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ।”

Leave A Reply

Your email address will not be published.