ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଚୋରା ଚାଲାଣ ବଳେ ଓଲଟିଲା ଭ୍ୟାନ, ନିଆଁ ଲାଗି ଗୋରୁ ଜୀବନ୍ତ ଦଗ୍ଧ

0

ମୟୂରଭଞ୍ଜ: ବେଆଇନ ଗୋରୁ ଚାଲାଣ ବେଳେ ରାସ୍ତା କଡ଼କୁ ଓଲଟିଲା ପିକଅପ। ରାସ୍ତାକଡ଼କୁ ଓଲଟି ପଡ଼ିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ । ଚାହୁଁ ଚାହୁଁ ଜଳିଗଲା ପୁରା ଭ୍ୟାନ। ମୟୂରଭଞ୍ଜ କପ୍ତିପଦା ଥାନା ପୋଡ଼ାଡ଼ିହା ଛକରେ ଘଟିଛି ଏହି ଘଟଣା। ଠାକୁରମୁଣ୍ଡା ଅଞ୍ଚଳରୁ ରାତିରେ ଗୋରୁ ଚୋରା ଚାଲାଣ କରୁଥିବା ଏକ ପିକଅପ୍ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିବା ପରେ ଭ୍ୟାନଟି ସମ୍ପୁର୍ଣ୍ଣ ଜଳିଯାଇଛି।

ସୂଚନା ଅନୁସାରେ, ଠାକୁରମୁଣ୍ଡା ଅଞ୍ଚଳରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଆସୁଥିଲା। ତେବେ ଗାଡିରେ ଗୋରୁ ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଗାଡ଼ିରେ ସମୁଦାୟ ୮ଟି ଗୋରୁ ଥିବା ବେଳେ ପୋଡାଡିହା ଛକ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା ଭ୍ୟାନଟି। ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳି ଉଠିଥିଲା ଭ୍ୟାନ। ଦୁର୍ଘଟଣାରେ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାକି ୭ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। ତେବେ ନିଆଁ ଲାଗିବା ପରେ ମୃତ ଗୋଟେ ଗୋରୁକୁ ଅଧା ପୋତି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଗୋରୁ ମାଫିଆ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.