ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅର୍ଥ ପାଇଁ ନବଜାତ ଶିଶୁ କନ୍ୟାକୁ ବିକ୍ରି କଲା ମା’

0

ରାୟଗଡ଼ା: ଅର୍ଥ ପାଇଁ ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ର କଲା ଜନ୍ମକଲା ମାଆ। ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ। ତେବେ ଅର୍ଥାଭାବ ଯୋଗୁ ମାଆ ତାର ନବଜାତ ଶିଶୁକୁ ବିକ୍ରି କରିଥିବା କୁହାଯାଉଛି।

ମିଳିଥିବା ଖବର ମୁତାବକ, ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି। ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଯାହା ରୋଜଗାର କରନ୍ତି ସେଥିରେ ତିନି ପ୍ରାଣୀ ଚଳିବା କାଠିକର ପାଠ ହୋଇଯାଉଛି। ତେଣୁ ସେ ତାଙ୍କର ନବଜାତ ଶିଶୁ କନ୍ୟାଟିକୁ ଜଣେ ବୁଲା ବିକାଳି କୁ ଦେଇଦେଇଥିବା କହିଛନ୍ତି ଉଭୟ ବାପା ଓ ମାଆ।

ଏହି ଘଟଣା ନେଇ ଖବର ପାଇବା ପରେ ସିଡବ୍ଲୁସି ର ଏକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଆଣି ସିଡବ୍ଲୁସିକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.