କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ସିସାମାଉ ବିଧାନସଭା ଆସନ, ମୁଜାଫରନଗରର ମେରାପୁର ବିଧାନସଭା ଆସନ ଏବଂ ମୋରଦାବାଦର କୁଣ୍ଡାର୍କି ବିଧାନସଭା ଆସନରେ ଭୋଟରଙ୍କ ପରିଚୟ ଯାଞ୍ଚ ଅଭିଯୋଗରେ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ ଆୟୋଗ।
କାନପୁରରେ ୨, ମୁଜାଫରନଗରରେ ୨ ଏବଂ ମୋରଦାବାଦରେ ୩ ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଛି। ଅଖିଳେଶ ଯାଦବଙ୍କ ଅଭିଯୋଗ ଆଧାରରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଅଖିଳେଶ ଯାଦବ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କାନପୁର ନଗର ପୋଲିସ କମିଶନର ଉକ୍ତ ପୋଷ୍ଟ ସମ୍ପର୍କରେ ଯାଞ୍ଚ କରାଯାଉଥିବା ଦର୍ଶାଇଥିଲେ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ