ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବବି ଇସଲାମଙ୍କୁ ହତ୍ୟା ଧମକ

0

କଟକ: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ। ବବି ଇସଲାମଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ କଟକ ଦରଘାବଜାର ଥାନାରେ ଏତଲା ଦେଇଛନ୍ତି। ଏତଲା ଅନୁଯାୟୀ, ୧୯ ତାରିଖ ରାତି ୮ଟା ବେଳେ ହ୍ୱାଟ୍‌ସ ଆପ୍‌ରେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଅଡିଓ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଟ୍ରୁ କଲରରେ ଫୋନ୍ କରିଥିବା ବ୍ୟକ୍ତିଙ୍କ ନାଁ ବାରିକ ସୌମ୍ୟ ରଞ୍ଜନ ୯୯୩ ଦେଖାଇଥିଲା ବୋଲି ସେ ଏତଲାରେ ଲେଖିଛନ୍ତି।

ଏହି ଘଟଣାରେ ବବି ଇସଲାମ କହିଛନ୍ତି, ଗତକାଲି ରାତିରେ ଏକ ଟେଲିଭିଜନ ଚ୍ୟାନେଲରେ ଲାଇଭ ଡିବେଟ୍ ଥିଲା। ମୋତେ କୁହାଯାଇଥିଲା ଯେ ସେଠାକୁ ମନୋଜ ମିଶ୍ର ଆସିବେ। କିନ୍ତୁ ମନୋଜ ମିଶ୍ର ଆସି ନଥିଲେ। ମୋତେ ଡାକି ସେମାନେ ଏକ ଅଲଗା ବିଷୟ ଉପରେ ଆଲୋଚନା କଲେ, ଯେଉଁଥିରେ ମୋର ଜ୍ଞାନ ନାହିଁ। ସେମାନେ ସାହିତ୍ୟ ଉପରେ ଆଲୋଚନା କରିବାରୁ ମୁଁ ସେଠାରୁ ଉଠିଯିବା ପାଇଁ ଚାହିଁଥିଲି। କିନ୍ତୁ ମୋତେ ଅନୁରୋଧ କରି ସେଠାରେ ବସାଗଲା। ସେହି ଆଲୋଚନାରେ ମୋତେ ରାଣ୍ଡୀପୁଅ ଅନନ୍ତାର ଅର୍ଥ ପଚରାଗଲା। ଯେଉଁମାନେ ଉଦ୍ଧତ ହେଉଛନ୍ତି, ସେମାନେ ରାଣ୍ଡୀପୁଅ ଅନନ୍ତା ବୋଲି ମୁଁ କହିଥିଲି। ମୁଁ ଉଦ୍ଧତ ହେଲେ, ତାହା ମୋ ପାଇଁ ମଧ୍ୟ ଲାଗୁ ହେବ।

ଉକ୍ତ ଲାଇଭ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ହ୍ୱାଟସ୍‌ ଆପ୍‌ରେ ମୋତେ ଏକ କଲ୍ ଆସିଥିଲା। ବ୍ୟକ୍ତି ଜଣକ ମନୋଜ ମିଶ୍ରଙ୍କ ନାଁ ନେଇ ସେ କହିଥିଲେ, ଯଦି ମନୋଜ ଦାଦାଙ୍କ ନାଁରେ କିଛି କହିବ, ତା’ହେଲେ ତୁମକୁ ହାଣିଦେବୁ। ଏହା ସହିତ ବହୁତ ଅଶ୍ଳୀଳ ଭାଷାରେ ମୋତେ ଗାଳିଗୁଲଜ କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବବି ଇସଲାମଙ୍କ ଅଭିଯୋଗ ନେଇ ପୁଲିସ କିମ୍ବା ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ନିକଟରେ ମନୋଜ ମିଶ୍ର ଓଡ଼ିଶାର ନିର୍ଦ୍ଦେଶକମାନଙ୍କୁ ଟାର୍ଗେଟ କରିଥିବା ବେଳେ ସେମାନେ ତାଙ୍କ ନାଁରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave A Reply

Your email address will not be published.