ପ୍ରମୁଖ ଖବର

ବୁଣାକାର ଶ୍ରମିକଙ୍କ ପାଇଁ ଭତ୍ତା ବଢାଇଲେ ରାଜ୍ୟ ସରକାର
ମଣିପୁରରେ ଆହୁରି ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ
ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ
ଭିଜିଲାନ୍ସ ଜାଲରେ ଜୟପୁର ଫରେଷ୍ଟ ରେଞ୍ଜର: ଘରୁ ମିଳିଲା ଟ୍ରେଜେରି ଭର୍ତ୍ତି ଟଙ୍କା
ଓଡ଼ିଶା ଟେକ୍ସର ଶୁଭାରମ୍ଭ,ସମଗ୍ର ଦେଶରେ ପହଞ୍ଚିବ ଓଡ଼ିଶାର ବସ୍ତ୍ର: ମୁଖ୍ୟମନ୍ତ୍ରୀ
ସବ୍‌ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବଢିଲା ବୟସସୀମା
ରେଳ ଷ୍ଚେସନ ଏବଂ ବସ ଷ୍ଟାଣ୍ଡରେ ପ୍ରତିଷ୍ଠା ହେବ ଶିଶୁ ସହାୟତା କେନ୍ଦ୍ର

ଚତୁର୍ଥ ଥର ଶପଥ ନେଲେ ହେମନ୍ତ ସୋରେନ

0

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ। ରାଞ୍ଚିର ମୋରହାବାଦି ମୈଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୁରୁବାର ସେ ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟା ଭୋଟ୍‌ରେ ଜିତିଥିବା ହେମନ୍ତ ସୋରେନ ଗୁରୁବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଏପିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ଏହା ସହିତ ଜେଏମ୍‌ଏମ୍‌ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଏବଂ ତାଙ୍କ ସ୍ତ୍ରୀ ରୁପି ସୋରେନ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ। ସମାରୋହରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସୋରେନ ସ୍ବାଗତ କରିଥିଲେ।

Leave A Reply

Your email address will not be published.