ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋଆ ‘ପ୍ରାଚୀନ’ ପକ୍ଷରୁ ପ୍ରକାଶିତ ଦୁଇଟି ପୁସ୍ତକ ଉତ୍ସର୍ଗୀକୃତ

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଏହି ଦୁଇଟି ପୁସ୍ତକକୁ ସୋମବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି। ଏହି ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର (ଡକ୍ଟର) ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ।

ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ରଚୟିତା। ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଯେ ଅନ୍ୟ ଜଣେ ବ୍ୟକ୍ତି ତାହା ଦୁଇଜଣ ଗବେଷକ ପ୍ରମାଣିତ କରିଛନ୍ତି। ପୁସ୍ତକଟି ଗୀତର ଭାବ ଅନୁଯାୟୀ ଚିତ୍ରିତ କରାଯାଇଛି ତେଣୁ ଆଖିରେ ଲାଖିଯିବା ଭଳି ଏହି ପୁସ୍ତକଟିକୁ ଚିତ୍ରପୋଥି କୁହାଯାଏ। ଦଶପୋଈକୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଓ ଗୌରାଙ୍ଗ ଚରଣ ଦାଶ ସମ୍ପାଦନା କରିଛନ୍ତି।
ଦ୍ୱିତୀୟ ପୁସ୍ତକ ‘ପ୍ରାଚୀନ ଓଡିଆ ଅଭିଲେଖ’କୁ ସମ୍ପାଦନା କରିଛନ୍ତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ। ଓଡିଶାର ଜଣେ ବିଶିଷ୍ଟ ଲିପିତତ୍ୱବିଦ୍ ଭାବେ ପରିଚିତ ପ୍ରଫେସର ଆଚାର୍ଯ୍ୟ ପୁସ୍ତକରେ ଉରଜାମ ଶିଳାଲେଖ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖୋଦିତ ଓଡିଆ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ମୂଳପାଠ ଓ ଅନୁବାଦ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି ।

ପୁସ୍ତକର ଆରମ୍ଭ ରେ ଏକ ଦୀର୍ଘ ମୁଖବନ୍ଧ ରହିଥିବା ବେଳେ ଶେଷରେ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ଫଟୋ ମଧ୍ୟ ରହିଛି । ଏହି ମୁଖ ବନ୍ଧ ପ୍ରାଚୀନ ଓଡିଆ ଭାଷା ଓ ଇତିହାସର ପୁନର୍ମୂଲ୍ୟାୟନ କ୍ଷେତ୍ରରେ ଏକ ପ୍ରାମାଣିକ ଗ୍ରନ୍ଥ । ସୋଆର ଏହି ଦୁଇ ସଂଭ୍ରାନ୍ତ ପ୍ରକାଶନ ଓଡିଆ ସାହିତ୍ୟ ଓ ଭାଷାର ଇତିହାସ ରଚନାରେ ଦୁଇଟି ପ୍ରାମାଣିକ ଗ୍ରନ୍ଥ ।

Leave A Reply

Your email address will not be published.