ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

0

ତେଲଙ୍ଗାନା: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ତେଲଙ୍ଗାନା କୋର୍ଟ ଅଲ୍ଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ସେ ଜେଲରୁ ବାହାରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଜାମିନ ମିଳିଥିଲେ ହେଁ କାଗଜପତ୍ର କାର୍ଯ୍ୟରେ ବିଳମ୍ବ ହେବାରୁ ତାଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଥିଲା।

ନାମପଲି କୋର୍ଟ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏହା ପରେ ତାଙ୍କୁ ଗତକାଲି ଚଞ୍ଚଲଗୁଡା କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା। ଏହି ଗୋଟିଏ ରାତି ପାଇଁ ଜେଲରେ ଅଲ୍ଲୁଙ୍କ ପରିଚୟ କଏଦୀ ନମ୍ବର ୭୬୯୭ ରହିଥିଲା। ସେ ଜେଲରେ ଖାଦ୍ୟ ଗ୍ରହଣ କରି ନ ଥିଲେ। ସାରା ରାତି ଉପାସ ରହିଥିଲେ ଏବଂ ଚଟାଣରେ ଶୋଇଥିଲେ। ବିଚାରାଧୀନ କଏଦୀ ହିସାବରେ ପୁଲିସ ତାଙ୍କୁ ମଞ୍ଜୀରା ବାରାକର କ୍ଲାସ-୧ କୋଠରୀରେ ରଖିଥିଲା। ପରେ ଅଭିନେତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ତେଲେଙ୍ଗାନା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହି ଅଭିନେତାଙ୍କୁ ଚାରି ସପ୍ତାହ ପାଇଁ ଜାମିନ ପ୍ରଦାନ କରାଯାଇଛି।

Leave A Reply

Your email address will not be published.