ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି

0

ନୂଆଦିଲ୍ଲୀ: ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ବୟସ। ତାଙ୍କୁ ଗତ ୪-୫ ମାସ ମଧ୍ୟରେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ଆଡ଼ଭାନୀଙ୍କୁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାକୁ ରୁଟିନ୍ ଚେକ୍‌ ଅପ୍ ପାଇଁ ଅଣାଯାଇଥିଲା। କିନ୍ତୁ ଗତକାଲି ରାତିରେ ପୁଣି ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା ଓ ସେଠାରେ ତାଙ୍କୁ ଭର୍ତ୍ତି କରାଯାଇଛି। ନ୍ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ବିନୀତ ସୂରୀଙ୍କ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଆଡଭାନୀ କିଛି ଦିନଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରିଆସୁଥିଲେ। ଚଳିତବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ। ତାଙ୍କୁ ତାଙ୍କ ବାସଭବନରେ ଭରତ ରତ୍ନ ଦିଆଯାଇଥିଲା।

ଲାଲକୃଷ୍ଣ ଆଡଭାନୀ ୮ ନଭେମ୍ବର ୧୯୨୭ରେ କରାଚିରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୨ରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନରେ ଯୋଗ ଦେଇଥିଲେ। ସେ ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ, ପୁଣି ୧୯୯୩ ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଭାଜପାର ରାଷ୍ଟ୍ରୀୟ ସଭାପତି ଥିଲେ। ଏହା ବ୍ୟତୀତ ସେ ଦୀର୍ଘ ସମୟ ଧରି ଦଳର ସଭାପତି ରହିଆସିଛନ୍ତି। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ।

Leave A Reply

Your email address will not be published.